* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label AWASOME PICKLE. Show all posts
Showing posts with label AWASOME PICKLE. Show all posts

Dec 20, 2016

କଷି ଆମ୍ବ ଆଚାର – Baby Mango Pickle

କଷି ଆମ୍ବ ଆଚାର – Baby Mango Pickle

ପ୍ରସ୍ତୁତି  ସାମଗ୍ରୀ – 

ଟାକୁଆ ହୋଇ ନଥିବା କଷି ଆମ୍ବ ୧ କିଲୋ , ସୋରିଷ ୨ ଚାମଚ , ମେଥି ୧ ଚାମଚ , ଲଙ୍କା ଗୁଣ୍ଡ ୧ ଚାମଚ , ସୋରିଷ ତେଲ ୧ କପ , ଲୁଣ ଓ ହଳଦୀ ଆବଶ୍ୟକ ଅନୁସାରେ ।

ପ୍ରଣାଳୀ –

କଷି ଆମ୍ବ ଚୋପ ଛଡାଇ ଚାରି ଖଣ୍ଡ କରି କାଟି ରଖନ୍ତୁ । ଏହାପରେ ଏଥିରେ ମେଥିକୁ ଭାଜି ଗୁଣ୍ଡ କରି ଗୋଳାନ୍ତୁ । ଏଥିରେ ଲଙ୍କା ଗୁଣ୍ଡ , ହଳଦୀ ଗୁଣ୍ଡ , ତେଲ ସୋରିଷ ଗୁଣ୍ଡ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଏଥିରେ ଲୁଣ ଦେଇ କାଚ ବମରେ ରଖି କିଛିଦିନ ଖରାରେ ରଖନ୍ତୁ । ପ୍ରାୟ ୧ ମାସ ପର୍ଯ୍ୟନ୍ତ ଖରାରେ ଶୁଖାନ୍ତୁ । ମଝିରେ ମଝିରେ ଗୋଳାଇ ଦିଅନ୍ତୁ ଯେପରି ଆମ୍ବ ଖଣ୍ଡ ଉପର ତଳ ହେବ । କଷି ଆମ୍ବ ଆଚାର ବହୁତ ସ୍ଵାଦିଷ୍ଟ ଓ ଏହାକୁ ସମସ୍ତେ ଖାଇ ପାରିବେ । ଏହା ବହୁତ ଦିନ ପର୍ଯ୍ୟନ୍ତ ରହି ପରେ । 

Nov 10, 2016

କଇଥ ଜେଲି – Wood Apple Jelly

କଇଥ ଜେଲି – Wood Apple Jelly
ପ୍ରସ୍ତୁତି  ସାମଗ୍ରୀ – 

କଇଥ ୨ କି. ଗ୍ରା., ଚିନି ୧ କି. ଗ୍ରା., ସାଇଟ୍ରିକ ଏସିଡ ୧୦ ଗ୍ରାମ 
 


ପ୍ରଣାଳୀ –


ପ୍ରଥମେ କଇଥରୁ ଟାଣୁଆ ଖୋଳପା ଭାଙ୍ଗି ଭିତରେ ଥିବା ସମସ୍ତ ଶସ ବାହାର କରି ରଖନ୍ତୁ ଏଥିରେ ସମାନ ପରିମାଣରେ ପାଣି ମିଶାଇ ସିଝାନ୍ତୁ ଏଥିରୁ ଛାଣି ରସ ବାହାର କରି ଚିନି ମିଶାନ୍ତୁ ଚିନି ଭଲ ଭାବେ ମିଶାଇ ଏହାକୁ ଫୁଟାଇ ରାନ୍ଧନ୍ତୁ ମଝିରେ  ମଝିରେ ଘାଣ୍ଟନ୍ତୁ  ମିଶ୍ରଣଟି ହଲକା ବହଳିଆ ହୋଇଗଲେ ରନ୍ଧା ବନ୍ଦ କରନ୍ତୁ ଏଥିରେ ଆବଶ୍ୟକ ପରିମାଣରେ ସାଇଟ୍ରିକ ଏସିଡ ମିଶାନ୍ତୁ ଏହାପରେ ଜେଲି ଥଣ୍ଡା ହେଲା ପରେ  ବିଶୋଧିତ ବୋତଲରେ ପବନ ନ ପଶିବା ଭଳି ଠିପି ଲଗାଇ ଶୀତଳ ଓ ଶୁଷ୍କ ଜାଗାରେ ରଖନ୍ତୁ  

Sep 10, 2016

ମିଠା ଅଁଳା ଆଚାର- SWEET AMLA PICKLE

ମିଠା ଅଁଳା ଆଚାର- SWEET AMLA PICKLE

ପ୍ରସ୍ତୁତି  ସାମଗ୍ରୀ – 

ଅଁଳା ୧ କି.ଗ୍ରା., ଚିନି ୧ କି.ଗ୍ରା., ଖାଇବା ଚୂନ ୧/୨ ଚାମଚ, ପିଜୁଳି ପତ୍ର ୫ଟି , ଗୁଜରାତି ୧୦ ଟି , ଜୁଆଣୀ ୧ ଚାମଚ  ଓ ଜିରା ୨  ଚାମଚ

ପ୍ରଣାଳୀ  -


ପ୍ରଥମେ ଅଁଳାରୁ ମଞ୍ଜି ବାହାର କରି ରଖନ୍ତୁ ଏକ ପାତ୍ରରେ ଚୂନ ନେଇ ପାଣିରେ ଭଲଭାବେ ଗୋଳେଇ ସେଥିରେ ଅଁଳାକୁ ପକାଇ ଗୋଟେ ରାତି ରଖି ଦିଅନ୍ତୁ ଚୂନ ପାଣିରୁ ଛାଣି ପିଜୁଳି ପତ୍ର ପକାଇ ଅଁଳାକୁ କରେଇରେ ପାଣି ଦେଇ ଅଳ୍ପ ସିଝାଇ ରଖନ୍ତୁ ଅଁଳାକୁ କରେଇରୁ ଛାଣି ରଖନ୍ତୁ ଅଁଳା ଶୁଖି ଗଲେ ଏଥିରେ ଚିନି ଦେଇ କରେଇରେ ଭଲଭାବେ ଫୁଟାନ୍ତୁ ଚିନି ରସ ମୋଟା ହୋଇ ଆସିଲେ ଜିରା ଓ ଜୁଆଣୀ ଗୁଣ୍ଡ ପକାଇ କିଛି ସମୟ ଭଲ ଭାବେ ଗୋଳାନ୍ତୁ ଏହାପରେ ଗୁଜରାତି ଗୁଣ୍ଡ ପକାଇ ଗୋଳାଇ ଆଞ୍ଚ ବନ୍ଦ କରନ୍ତୁ ଥଣ୍ଡା ହେଲାପରେ ବୋତଲରେ ରଖନ୍ତୁ ଅଁଳା ଆଚାର ଯେମିତି ସ୍ଵାଦିଷ୍ଟ ସେମିତି ହଜମ ଓ ଆଖି  ପାଇଁ  ବହୁତ ଉପକାରୀ ।