* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label ବାଡିଆ ଡାଲମା – Badia Dalma. Show all posts
Showing posts with label ବାଡିଆ ଡାଲମା – Badia Dalma. Show all posts

Jun 1, 2015

ବାଡିଆ ଡାଲମା – Badia Dalma

ବାଡିଆ  ଡାଲମା – Badia Dalma

ପ୍ରସ୍ତୁତି  ସାମଗ୍ରୀ   -  ହରଡ  ଡାଲି  ୨୫୦  ଗ୍ରାମ , ୧ ଟି  ବାଇଗଣ ,  ୧ ଟି  ଛୋଟ  ଅମୃତଭଣ୍ଡା , ୧ ଟି  ଆଳୁ ,   କଖାରୁ ୧୦୦  ଗ୍ରାମ  , ଖମ୍ବ  ଆଳୁ  ୧୦୦  ଗ୍ରାମ ,୧ ଟି  ଟମାଟୋର  କଟା  ,   ୨/୩ ଟି  କଞ୍ଚାଲଙ୍କା , ଅଳ୍ପ  କିଛି  ଛେଚା  ଅଦା ,  କିଛି  ଗୋଟା  ସୋରିଷ  ଓ  ଜିରା ,  ୨ ଚାମଚ  ତେଲ ,  ଆବଶ୍ୟକ  ଅନୁଯାଇ  ହଳଦୀ  ଓ ଲୁଣ   ।

ପ୍ରଣାଳୀ  -    
ପ୍ରଥମେ   ପାରିବା  ସବୁକୁ  ଧୋଇ  ଛୋଟ ଛୋଟ  ଖଣ୍ଡରେ  କାଟି  ରଖନ୍ତୁ  ଡାଲି   ମଧ୍ୟ  ଧୋଇ  ରଖନ୍ତୁ ।  ଏହାପରେ  ଗ୍ୟାସ  ଲଗାଇ  ଗ୍ୟାସରେ  ପ୍ରେସର  କୁକର  ବସାନ୍ତୁ  । ପ୍ରେସର କୁକରରେ  ଡାଲି  ,  କଟା  ହୋଇଥିବା  ପାରିବା  ଓ ଅଳ୍ପ  ପାଣି (ଦେଖିବେ  ଯେପରି   ଡାଲି  ପାଣିଆ  ନ ହୁଏ  ।  ଡାଲି  ବହଳିଆ   ରହିବ ), ଆବଶ୍ୟକ  ଅନୁଯାଇ  ହଳଦୀ  ଓ ଲୁଣ    ଦେଇ  ଧୀର  ଆଞ୍ଚରେ   ବସେଇବେ   । କୁକର  ସିଟି  ଆସିଲେ  ଗ୍ୟାସ   ବନ୍ଦ କରିଦେବେ  (ଦେଖିବେ  ଯେପରି  କୁକର  ସିଟି  ନ  ହୁଏ )  ।  କୁକର  ଗ୍ୟାସ  ପଳେଇଲେ   କୁକର  ଖୋଲିଦେବେ  ଓ  ଡାଲିକୁ   ଚଟୁରେ  ଅଳ୍ପ  ଘାଣ୍ଟି  ରଖିଦେବେ  । ଏବେ  କରେଇ  ବସାନ୍ତୁ  ।  କରେଇ  ଗରମ  ହୋଇଗଲେ   କରେଇରେ  ତେଲ  ପକାନ୍ତୁ  ।  ତେଲ  ଗରମ  ହୋଇଗଲେ   ସେଥିରେ      କଞ୍ଚାଲଙ୍କା  , ଗୋଟା ସୋରିଷ , ଜିରା ଓ   ଛେଚା  ଅଦାକୁ  ପକାଇ  ଭାଜନ୍ତୁ  । ଅଦା  ଭାଜି  ହୋଇଗଲେ   ସେଥିରେ  କଟା  ଟମାଟୋକୁ   ପକାଇ  ଭାଜନ୍ତୁ ।  ଟମାଟୋ  ଭାଜି  ହୋଇଗଲେ  ସେଥିରେ  ସିଝା  ହୋଇଥିବା ଡାଲିକୁ  ମିଶାଇ  ଦିଅନ୍ତୁ ।  ଡାଲି  ଫୁଟି  ଆସିଲେ  ଗ୍ୟାସ  ବନ୍ଦ  କରିଦିଅନ୍ତୁ  । ଏବେ  ପ୍ରସ୍ତୁତ  ହୋଇଗଲା  ବଡିଆ  ଡାଲମା  । ଏହାକୁ  ଚୁଡା  ଘଷାରେ  ମିଶାଇ  ଖାନ୍ତୁ  ଓ  ଅନ୍ୟକୁ   ଖାଇବାକୁ   ଦିଅନ୍ତୁ  ।