* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label ପରିବା ଘାଣ୍ଟ ତରକାରୀ - Veg Mix curry. Show all posts
Showing posts with label ପରିବା ଘାଣ୍ଟ ତରକାରୀ - Veg Mix curry. Show all posts

Sep 1, 2014

ପରିବା ଘାଣ୍ଟ ତରକାରୀ - Veg Mix curry

ପରିବା ଘାଣ୍ଟ ତରକାରୀ - Veg Mix curry

ଆବଶ୍ୟକ ସାମଗ୍ରୀ :

୧ କି . ଗ୍ରା କଖାରୁ , ୫୦୦ ଗ୍ରା . ସାରୁ , ୫୦୦ ଗ୍ରା . ଖମ୍ବ ଆଳୁ , ୨୦୦ ଗ୍ରା . ପାଣି କଖାରୁ , ୪ ଟି କଞ୍ଚା କଦଳୀ , ୪ ଟି ମକା , ଗୋଟିଏ ନଡିଆ , ୨ ଟି ଲେଖାଏ କାଙ୍କଡ , ବାଇଗଣ , ଜହ୍ନି , ଝୁଡଙ୍ଗ ଓ ପୋଟଳ , ୧୦୦ ଗ୍ରା . ଫୁଲବଡି , ୨୦୦ ଗ୍ରା . ବତୁରା ବୁଟ , ୨୦୦ ଗ୍ରା . ଗଜାମୁଗ ୧୦୦ ଗ୍ରା . ଅଦା , ୧ ଚାମଚ ଜିରା , ୧ ଚାମଚ ପାନମଧୁରୀ , ୧ ଚାମଚ ସୋରିଷ , ୧ ଚାମଚ ଗୋଲମରିଚ , କିଛି ଶୁଖିଲା ଲଙ୍କା ଖଣ୍ଡେ ଡାଲଚିନି , ୨ ଟି ବଡ ପିଆଜ , ୧୦୦ ଗ୍ରା . ସୋରିଷ ତେଲ , ୨ ଟି ତେଜପତ୍ର , କିଛି ଫୁଟଣ ଓ ସ୍ଵାଦ ଅନୁଯାୟୀ ଲୁଣ |




ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ପରିବାଗୁଡିକୁ କାଟି ଧୋଇ ରଖନ୍ତୁ | କୋରାନଡିଆ ଓ ମସଲା ସବୁକୁ ବାଟି ରଖନ୍ତୁ | ବାଡିକୁ ମଧ୍ୟ ଭାଜି ରଖନ୍ତୁ | ଗୋଟିଏ ଡେକଚିରେ ତେଲ , ଫୁଟଣ , ତେଜପତ୍ର ଓ କଟାପିଆଜକୁ ଲାଲକରି ଭାଜି ସେଥିରେ କଟାପରିବା ପକାନ୍ତୁ | ଲୁଣ ହଳଦୀ ଦେଇ କିଛି ସମୟ କଷିଲାପରେ ପରିବା ପ୍ରାୟ ସିଝି ଯାଏ | ମଝିରେ ମଝିରେ ଅଳ୍ପ ପାଣି ଦେଇ ଘାଣ୍ଟିବାକୁ ଭୁଲନ୍ତୁ ନାହି | ବଟା ମସଲା , କୋରା ନଡିଆ , ସିଝାଯାଇଥିବା ବୁଟ , ଗଜାମୁଗ , ଭଜାଯାଇଥିବା ବଡି , କିଛି ଗରମମସଲା ଗୁଣ୍ଡ ଦେଇ ଭଲ ଭାବେ ଘାଣ୍ଟି ଚୂଳିରୁ କାଢି ଗରମ ଗରମ ପରଶନ୍ତୁ |