* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label ଚଣା ପଲଉ- Chana Palau. Show all posts
Showing posts with label ଚଣା ପଲଉ- Chana Palau. Show all posts

Jan 2, 2015

ଚଣା ପଲଉ- Chana Palau

ଚଣା ପଲଉ

ଆବଶ୍ୟକ ସାମଗ୍ରୀ :

୫୦୦ ଗ୍ରା . ବାସୁମତୀ ଚାଉଳ , ୫୦ ଗ୍ରା . ଛୋଲା , ୨ ଟି ବଡ ପିଆଜ , ଅଳ୍ପ କଟା ଧନିଆପତ୍ର , ଅଳ୍ପ ଗୋଟା ଗରମମସାଲା , ୨\୩ ଟି ତେଜପତ୍ର , ୨ ଛୋଟ ଚାମଚ ରସୁଣ ବଟା , ୧ ଛୋଟ ଚାମଚ ଗରମ ମସଲା ଗୁଣ୍ଡ , ୫୦ ଗ୍ରା. ଦେଶୀ ଘିଅ , କିଛି ଲଙ୍କାଗୁଣ୍ଡ ଓ କିଛି ହଳଦିଗୁଣ୍ଡ ଏବଂ ଆବଶ୍ୟକ ଅନୁଯାୟୀ ଲୁଣ |

ପ୍ରସ୍ତୁତ ପ୍ରଣାଳୀ :

ଛୋଲାକୁ ପାଣିରେ ବତୁରାଇ ଦିଅନ୍ତୁ | ବତୁରା ଛୋଲାକୁ ଲୁଣ ଓ ହଳଦୀ ଗୁଣ୍ଡ ପକାଇ ସିଝାଇ ରଖନ୍ତୁ | ଚାଉଳକୁ ଧୋଇ ବତୁରାଇ ରଖନ୍ତୁ | ୧ ଟି ପିଆଜକୁ ବାଟି ରଖନ୍ତୁ | ଅନ୍ୟ ଏକ ପିଆଜକୁ ଲମ୍ବା ଲମ୍ବା କାଟି ତେଲରେ ଛାଣି ରଖନ୍ତୁ | ଡେକଚିରେ ଘିଅ ଗରମ କରି ତେଜପତ୍ର ଓ ଗୋଟା ଗରମ ମସାଲା ପକାନ୍ତୁ | ପିଆଜ ବଟା , ଅଦା ବଟା ଓ ରସୁଣ ବଟା ପକାଇ ଗୋଳାନ୍ତୁ | ଲଙ୍କା ଗୁଣ୍ଡ , ହଳଦିଗୁଣ୍ଡ ଓ ଅଳ୍ପ ପାଣି ଦେଇ ମସାଲାକୁ ଭଲଭାବରେ ଭାଜନ୍ତୁ | ମସାଲାରୁ ପାଣି ଶୁଖି ଆସିଲେ ଆଗରୁ ସିଝାଇ ରଖିଥିବା ଛୋଲାକୁ ସେଥିରେ ପକାଇ ଗୋଳାନ୍ତୁ | ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ୧ କପ୍ ପାଣି ଦେଇ ଧିମା ଆଞ୍ଚରେ ୧୦ ମିନିଟ ରାନ୍ଧନ୍ତୁ | ପାଣି ଶୁଖି ଆସିଲେ କଟା ଧନିଆପତ୍ର ପକାଇ ଚୁଲିରୁ ଓହ୍ଲାଇ ଗୋଟିଏ ପାତ୍ରରେ କାଢି ରଖନ୍ତୁ | ଅନ୍ୟ ଏକ ଡେକଚିରେ ଘିଅ ଗରମ କରି ଚାଉଳକୁ ସେଥିରେ ପକାଇ ଭାଜନ୍ତୁ | ଏବେ ଚାଉଳର ୨ ଗୁଣା ପାଣି ଓ ଆବଶ୍ୟକ ଅନୁଯାୟୀ ଲୁଣ ଦେଇ ଢାଙ୍କୁଣି ଦେଇ ଧିମା ଆଞ୍ଚରେ ଭାତ ହେବା ଯାଏ ରାନ୍ଧନ୍ତୁ | ଅନ୍ୟ ଏକ ବଡ ପାତ୍ରରେ ୧ ଚାମଚ ଦେଶୀ ଘିଅ ଦିଅନ୍ତୁ | ରାନ୍ଧିଥିବା ଭାତକୁ ଗୋଟିଏ ପରସ୍ତ ଦିଅନ୍ତୁ | ତା , ଉପରେ ଗରମ ମସାଲା ଗୁଣ୍ଡ , କଟା ଧନିଆପତ୍ର ଓ ଭଜା ପିଆଜ ଦିଅନ୍ତୁ | ପୁଣି ତା , ଉପରେ ରନ୍ଧା ଯାଇଥିବା ଛୋଲାକୁ ଗୋଟିଏ ପରସ୍ତ ଦିଅନ୍ତୁ | ଏହିପରି ଭାବରେ ୩/୪ ପରସ୍ତ ଦେଇ ଢାକୁଣୀ ଦେଇ ଧିମା ଆଞ୍ଚରେ ୫ ମିନିଟ ବସାନ୍ତୁ | ଏବେ ପ୍ରସ୍ତୁତ ହୋଇଗଲା ଚଣା ପଲଉ | ଚୁଲିରୁ ଓହ୍ଲାଇ ଭଲଭାବରେ ଗୋଳାଇ ପରିବେଷଣ କରନ୍ତୁ ଚଣା ପଲଉ |