ଗୋଟା ବାଇଗଣ ବେସର – BRINJAL SPICY
ପ୍ରସ୍ତୁତି ସାମଗ୍ରୀ –
୩-୪ ଟି ଛୋଟ ଡେମ୍ଫ ଲଗା ବାଇଗଣ, ୨ ଟି ବିଲାତି ବାଇଗଣ , ୧ ଚାମଚ ହଳଦୀ, ୫ ଚାମଚ ସୋରିଷ ତେଲ , ୧ ଚାମଚ ପାଞ୍ଚ ଫୁଟଣ , ୪ ଚାମଚ ଗୋଟା ସୋରିଷ , ୨ ଚାମଚ ଗୋଟା ଜୀରା ଓ ଧଣିଆ, ୩ ଟି ସଜନା ଛୁଇଁ , ୩ ଟି ଆଳୁ , ସ୍ଵାଦ ଅନୁସାରେ ଲୁଣ , ୩ ଟି କଞ୍ଚା ଲଙ୍କା , ୨ ଟି ଶୁଖିଲା ଲଙ୍କା , ରସୁଣ ଓ ପିଆଜ ଅଳ୍ପ , କିଛି ଧଣିଆ ପତ୍ର ।
ପ୍ରଣାଳୀ –
ପ୍ରଥମେ ସଜନା ଛୁଇଁ ଓ ଆଳୁକୁ ଛୋଟ ଛୋଟ କରି କାଟି ଧୋଇବା ପରେ ଲୁଣ ଓ ହଳଦୀ ଦେଇ ଦରସିଝା କରି ରଖନ୍ତୁ । ଗୋଟେ ପିଆଜ , ୧ ଚାମଚ ଜୀରା ଓ ଧଣିଆ ପକାଇ ଚିକ୍କଣ
କରି ବାଟି ରଖନ୍ତୁ । ବାଇଗଣକୁ ଡେମ୍ଫ ଲଗା ଅବସ୍ଥାରେ ୪ ପିସ କଲାପରି କାଟି ତେଲରେ ଭାଜି ରଖନ୍ତୁ
। ଏହାପରେ
ପିଆଜ ଓ ବିଲାତି ବାଇଗଣକୁ ଚୁନ ଚୁନ
କରି କାଟି ଦିଅନ୍ତୁ । କରେଇରେ ତେଲ ଗରମ କରି ପାଞ୍ଚ ଫୁଟଣ ଫୁଟାଇ ପିଆଜ
ପକାନ୍ତୁ । ପିଆଜ ବାଦାମି ରଙ୍ଗ ହୋଇଗଲେ ସୋରିଷ ମସଲା ପକାନ୍ତୁ । କିଛି ସମୟ କଷିଲା ପରେ ୪/୫ କପ
ପାଣି ଦିଅନ୍ତୁ ଓ ବିଲାତି ପକାନ୍ତୁ । ୧୦ ମିନିଟ ପରେ ଅଧା ସିଝା ପାରିବା ପକାଇ ୫/୧୦ ମିନିଟ ଫୁଟାନ୍ତୁ । ଏହାପରେ ଭାତ ସହିତ ଧଣିଆ ପତ୍ର ସଜାଇ ପରସନ୍ତୁ ।