* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label କେସର ପଲଉ -KESAR PALAO. Show all posts
Showing posts with label କେସର ପଲଉ -KESAR PALAO. Show all posts

Nov 1, 2015

କେସର ପଲଉ -KESAR PALAO

କେସର ପଲଉ -KESAR PALAO
ପ୍ରସ୍ତୁତି  ସାମଗ୍ରୀ-
ବାସୁମତି ଚାଉଳ ୨ କପ, କେସର ୧/୪ ଚାମଚ, କ୍ଷୀର ୧/୨ କପ, ଘିଅ ବା ବଟର ୨ ଚାମଚ, କାଜୁ ୧୦ ଟି, ଗୁଜରାତି ୫ଟି, କିସମିସ ୧୦ ଟି, ଡାଲଚିନ  ୨ ଟି, ଲବଙ୍ଗ ୩ ଟି , ଚିନି ୧ ଚାମଚ , ଡାଳିମ୍ବ ଦାନା ୩ ଚାମଚ, ଲୁଣ ସ୍ଵାଦ ଅନୁଯାଇ

ପ୍ରଣାଳୀ  -

ବାସୁମତି ଚାଉଳକୁ  ଧୋଇ ୫-୧୦ ମିନିଟ ପାଇଁ ବତୁରାଇ ରଖନ୍ତୁ କ୍ଷୀରରେ  କେସର ବତୁରାଇ ରଖନ୍ତୁ ଯେମିତି କେସର ତରଳି କ୍ଷୀର ହାଲକା ନାରଙ୍ଗି ରଙ୍ଗ ହୋଇଯିବ ଏହାପରେ ଛୋଟ ପ୍ୟାନ ବସାଇ ୧ ଚାମଚ ଘିଅରେ କାଜୁ ଓ କିସମିସ କୁ  ବାଦାମି ରଙ୍ଗ ହେବ ଭଳି ଭାଜି ଦିଅନ୍ତୁ ଚାଉଳକୁ ଛାଣି ରଖନ୍ତୁ ବଡ ପ୍ୟାନରେ ଘିଅ ବା ବଟର ଗରମ କରି ସବୁ ମସଲା , ଚିନି ଦେଇ ମଧ୍ୟମ ଆଞ୍ଚରେ ୨ ମିନିଟ ପାଇଁ  ଘାଣ୍ଟି  ତା ପରେ ଭିଜା ଚାଉଳକୁ ମିଶାଇ ଘାଣ୍ଟନ୍ତୁ ସାବଧାନରେ ଘାଣ୍ଟନ୍ତୁ ଯେପରି ଚାଉଳ ମିଶି ଏନ ଯାଏ ଏବେ କିଛି ପାଣି , କେସର କ୍ଷୀର ଓ ଲୁଣ ଦେଇ ପ୍ରେସର କୁକର ରେ ମଧ୍ୟମ ଆଞ୍ଚରେ ବସାନ୍ତୁ ଏହାପରେ ପ୍ରେସର ଖୋଲି ଅଳ୍ପ ଆଞ୍ଚରେ ଅଳ୍ପ ବାଦାମି ରଙ୍ଗ ହେଲା ପର୍ଯ୍ୟନ୍ତ  ଧିରେ ଧିରେ  ଗୋଳାନ୍ତୁ ଯେପରି ଚାଉଳ ମେଞ୍ଚା ନ ହୁଏ ଏଥିରେ କାଜୁ ଓ କିସମିସ ପକାଇ ଗୋଳାଇ ଦିଅନ୍ତୁ ଏହାକୁ ଡାଳିମ୍ବ ଦାନାରେ ସଜାଇ  ପରସନ୍ତୁ ଏବେ  ଏହାର  ସ୍ଵାଦ ଚଖାନ୍ତୁ ଏହାକୁ କୌଣସି ତରକାରୀ ବା ରାଇତା ସହ ଖାଇବାକୁ ଦିଅନ୍ତୁ ।