କଲରା ଉପମା- Uppma with Bitter -Gourd
ଆବଶ୍ୟକ ସାମଗ୍ରୀ :
୨୫୦ ଗ୍ରା. କଲରା , ୨୫୦ ଗ୍ରା. ବେସନ , ୧୦୦ ଗ୍ରା. ସୋରିଷ ତେଲ , ଗୋଟିଏ ବଡ ପିଆଜ , ଛୋଟ ଅଦା ଖଣ୍ଡେ , ୪ ଟି କଞ୍ଚାଲଙ୍କା , ୧ ଚାମୁଚ ଜିରା , ୧ ଚାମଚ ସୋରିଷ , ୨ ଚାମଚ ବିରିଡାଲି , କିଛି ଭୁସୁଙ୍ଗପତ୍ର ଓ ଆବଶ୍ୟକ ଅନୁଯାୟୀ ଲୁଣ |
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ କଲରାକୁ ଛୋଟ ଛୋଟ କରି କାଟି ଧୋଇ ରଖନ୍ତୁ | କଡେଇରେ ତେଲ ଗରମ କରି ଫୁଟଣ , ପିଆଜ , ବିରିଡାଲି , ଭୁସୁଙ୍ଗାପତ୍ର ଇତ୍ୟାଦି ପକାଇ ଭାଜନ୍ତୁ | ପରେ କଲରା ପକାଇ ସେଥିରେ ଲୁଣ ଦେଇ ସିଝିଲା ପଯ୍ୟନ୍ତ ଭାଜନ୍ତୁ | ସିଝିଗଲା ପରେ ବେସନକୁ ପାଣିରେ ଗୋଳେଇ ସେଥିରେ ଢାଳି ଭଲ ଭାବେ ଘାଣ୍ଟି ସୁଜି ଉପମା ଭଳିଆ ମେଞ୍ଚା ମେଞ୍ଚା ହୋଇଗଲେ ଚୁଲିରୁ ଓହ୍ଲାଇ ଆଣନ୍ତୁ | ଥଣ୍ଡା ହେଲେ ଖାଇବାକୁ ଦିଅନ୍ତୁ | ମଧୁମେହ ରୋଗୀଙ୍କ ପାଇ ଏହା ଏକ ଉତ୍ତମ ଜଳଖିଆ |