* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label #odiatastykhana. Show all posts
Showing posts with label #odiatastykhana. Show all posts

Apr 16, 2020

କଞ୍ଚା କଦଳୀ ଦମ – Green Banana Dum


କଞ୍ଚା କଦଳୀ ଦମ  – Green Banana Dum
ପ୍ରସ୍ତୁତି ସାମଗ୍ରୀ-

 କଞ୍ଚା କଦଳୀ  ୩ ଟି, ଲଙ୍କା ଗୁଣ୍ଡ ଅଧା ଚାମଚ, ପୋସ୍ତ ୧ ଚାମଚ, ରିଫାଇନ ତେଲ ୨ ଚାମଚ, ଲୁଣ ଓ ହଳଦୀ ଆବଶ୍ୟକ ପରିମାଣ, ତେଜ ପତ୍ର ୨-୩ ଟି, ଗୁଜୁରାତି ୩ଟି, ଡାଲଚିନି ୪-୫ ଟି ଛୋଟ ଛୋଟ ଖଣ୍ଡ ବିଲାତି ବାଇଗଣ ୧ ଟି , ନଡିଆ କୋରା ୧ ଚାମଚ, ଧନିଆ ଓ ଜୀରା ଗୁଣ୍ଡ ୨ ଚାମଚ, ଅଦା ଖଣ୍ଡେ     

ପ୍ରଣାଳୀ

ପ୍ରଥମେ କଞ୍ଚା କଦଳୀକୁ ଚୋପା ଛଡାଇ ବଡ ବଡ ଖଣ୍ଡ କରି କାଟି ରଖନ୍ତୁ    ଏବେ ପୋସ୍ତ, ଅଦା ଓ ନଡିଆ କୋରାକୁ  ବାଟି ରଖନ୍ତୁ ।   ଏବେ କରେଇରେ ତେଲ ଗରମ କରି ଏଥିରେ ତେଜ ପତ୍ର, ଡାଲଚିନି ଓ  ଗୁଜୁରାତି  ଫୁଟାଇ ଦିଅନ୍ତୁ ।  ସେଥିରେ କଦଳୀ ପକାଇ ଲୁଣ , ହଳଦୀ  ପକାଇ ଭଲ ଭାବେ ଗୋଳାଇ ଅଳ୍ପ ଭାଜି ଦିଅନ୍ତୁ ।  ଏଥିରେ ଏବେ ଅଳ୍ପ ପାଣି ଦେଇ ଘୋଡାଇ ଦିଅନ୍ତୁ ।   କଦଳୀ ସିଝି ଗଲେ ସେଥିରେ ପୋସ୍ତ , ନଡିଆ ବଟା , ଲଙ୍କା ଗୁଣ୍ଡ ଓ ବିଲାତି କଟା ପକାଇ ଗୋଳାଇ ଦିଅନ୍ତୁ ।  ଏହାପରେ ଏଥିରେ ଧନିଆ ଓ ଜୀରା ଗୁଣ୍ଡ ପକାଇ ରଖନ୍ତୁ ଯେପରି ଅଳ୍ପ ଝୋଳ ରହିବ । ଏବେ  ପ୍ରସ୍ତୁତ ଆପଣଙ୍କ ସୁନ୍ଦର ଓ ସୁଆଦିଆ କଞ୍ଚା କଦଳୀ ଦମ 

Nov 10, 2017

କନ୍ଦମୂଳ କାକରା – Sweet potato Kaakaraa

କନ୍ଦମୂଳ କାକରା – Sweet potato Kaakaraa

ଆବଶ୍ୟକ ସାମଗ୍ରୀ :

ଲାଲ କନ୍ଦମୂଳ -୫୦୦ ଗ୍ରାମ, ଖୁଆ – ୧୦୦ ଗ୍ରାମ, ମଇଦା- ୧୫୦ ଗ୍ରାମ , ଗୁଣ୍ଡ ଚିନି – ୧୦୦ ଗ୍ରାମ, ବେକିଂ ପାଉଡର ଅଧା ଚାମଚ , ଗୁଜରାତି – ୫ ଟି  ।

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ଚିନି ଗୁଣ୍ଡ ଓ ଗୁଜରାତି ଗୁଣ୍ଡକୁ ଭଲ ଭାବରେ ମିଶାଇ ରଖନ୍ତୁ ।  ଏବେ କନ୍ଦମୂଳକୁ ପ୍ରେସରରେ ସିଝାଇ ଚୋପା ଛଡାଇ ଅଳ୍ପ ଲୁଣ ଦେଇ ଭଲ ଭାବରେ ଚକଟି ଦିଅନ୍ତୁ । ଏଥିରେ ମଇଦା ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ ।  ଏଥିରେ ପତଳା କରି କାକରା ତିଆରି କରି ନିଅନ୍ତୁ । ଏବେ  କରେଇରେ ତେଲ ଗରମ କରି କାକରା ଛାଣି ଦିଅନ୍ତୁ । 
ଅନ୍ୟ ଏକ କରେଇରେ ଚିନି ଓ ପାଣି ଦେଇ ସିରା ପ୍ରସ୍ତୁତ କରି ରଖନ୍ତୁ । ଏବେ ଅନ୍ୟ ଏକ ଥାଳିରେ କାକରା ଗୋଡିକ ରଖି ତା ଉପରେ ସିରା ଢାଳି ଦିଅନ୍ତୁ  । ଏବେ ପ୍ରସ୍ତୁତ ଆପଣଙ୍କ ସ୍ଵାଦିଷ୍ଟ ବ୍ୟଞ୍ଜନ କନ୍ଦମୂଳ କାକରା । 

Jul 20, 2017

ଛତୁ ମଲାଇ – Mushroom Malai

ଛତୁ ମଲାଇ – Mushroom Malai
ପ୍ରସ୍ତୁତି  ସାମଗ୍ରୀ :

୧ କପ ଧୁଆ ହେବାପରେ କଟା ହୋଇଥିବା ଛତୁ, ୧/୨ କପ କଟା ପିଆଜ , ୧/୨ ଚାମଚ ଗରମ ମସଲା, ୧/୨ ଚାମଚ ଅଦା ଓ ରସୁଣ ପେଷ୍ଟ, ୨ ଚାମଚ ଟମାଟୋ ସସ , ୧/୨ ଚାମଚ ଦେଶୀ ଘିଅ , ୧/୨ ଚାମଚ କ୍ରିମ , ୧/୨ ଚାମଚ ଗୋଲମରିଚ ଗୁଣ୍ଡ , ସ୍ଵାଦ ଅନୁଯାଇ ଲୁଣ ଓ ଧଣିଆପତ୍ର । 
  
ପ୍ରଣାଳୀ  :
ଛତୁ ମଲାଇ – Mushroom Malai


ପ୍ରଥମେ  କରେଇରେ ଘିଅ ଗରମ କରି କଟା ପିଆଜ ପକାଇ ବାଦାମୀ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଏଥିରେ ଅଦା ରସୁଣ ପେଷ୍ଟ ଦେଇ ଗୋଳାନ୍ତୁ ଓ ଅଳ୍ପ ସମୟ କଷି  ହେଲା ପରେ ସେଥିରେ ଟମାଟୋ ସସ ଗୋଳାନ୍ତୁ ଏବଂ  ପରେ ଛତୁ ମିଶାଇ ଭାଜନ୍ତୁ ।  ଏବେ ଏଥିରେ  ୧/୨ କପ ରୁ କମ ପାଣି ଦେଇ ୧୦ ମିନିଟ ପର୍ଯ୍ୟନ୍ତ  ଫୁଟାନ୍ତୁ । ଏଥର  କ୍ରିମ , ଗରମ ମସଲା ଓ ସ୍ଵାଦ ଅନୁସାରେ ଲୁଣ ପକାଇ ସାମାନ୍ୟ  ଫୁଟାନ୍ତୁ । ଏବେ କରେଇ ଆଞ୍ଚରୁ ବାହାର କରି ଏଥିରେ ଗୋଲମରିଚ ଓ ଧଣିଆ ପତ୍ର ସଜାଇ ଗରମ ଗରମ ସ୍ଵାଦିଷ୍ଟ ଓ ଉତ୍ତମ ପୁଷ୍ଟିକର  ଛତୁ ମଲାଇ ପରସନ୍ତୁ । 

Dec 1, 2016

ଜୀରା ସୁପ – CUMIN SOUP

ଜୀରା ସୁପ – CUMIN SOUP

ପ୍ରସ୍ତୁତି  ସାମଗ୍ରୀ – 

ଜୀରା ୫ ଚାମଚ , ପୋସ୍ତକ ୨ ଚାମଚ , ଚଣା ଭଜା ୩ ଚାମଚ , ନଡିଆକୋରା ୩ ଚାମଚ , ଘିଅ ୧ ଚାମଚ , ଡାଲଚିନ ୧ଖଣ୍ଡ , ଲୁଣ ସ୍ଵାଦ ଅନୁସାରେ , ଶୁଖିଲା ଲଙ୍କା ୨ ଟି 

ପ୍ରଣାଳୀ –


ସମସ୍ତ ଜିନିଷ ଶିଳରେ ଭଲ ଭାବେ ବାଟି ଦିଅନ୍ତୁ କିମ୍ବା ଗ୍ରାଇଣ୍ଡରରେ ପେଷ୍ଟ କରି ରଖନ୍ତୁ ଏଥିରେ ୩ କପ ପାଣି ଦିଅନ୍ତୁ ପ୍ୟାନରେ ଘିଅ ଗରମ କରି ଏହି ବଟାକୁ ପକାନ୍ତୁ ଫୁଟି ଗଲେ ସର ଅଳ୍ପ ପଡି ଆସିଲେ ଆପଣଙ୍କ ଜୀରା ସୁପ ପ୍ରସ୍ତୁତ ଏହା ହଜମ ପାଇଁ ବହୁତ ଭଲ ଗରମ ଗରମ ଖାଇବା ପୂର୍ବରୁ ଦିଅନ୍ତୁ ସମସ୍ତ ଏହା ଖୁବ ଅଳ୍ପ ସମୟରେ ଓ ଅଳ୍ପ ଖର୍ଚ୍ଚରେ ପ୍ରସ୍ତୁତ ହେଉଥିବା ସୁପ ଯାହା  ସ୍ଵାଦିଷ୍ଟ ଓ ଶରୀର ପାଇଁ ଉପାଦେୟ ।