* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Nov 16, 2018

ପନୀର ବଲ – Paneer Ball


ପନୀର  ବଲ – Paneer Ball
ଆବଶ୍ୟକ ସାମଗ୍ରୀ: 

ଆଳୁ ୫୦୦ ଗ୍ରାମ, ୨ ଚାମଚ ଅଦା ଛେଚା , ଅଳ୍ପ କଟା ଲଙ୍କା , ଅଳ୍ପ ଅଟା ଗୁଣ୍ଡ , ଚୂଡା ଗୁଣ୍ଡ  ୧୫୦-୨୦୦ ଗ୍ରାମ ପନୀର, ଧଣିଆପତ୍ର ଅଳ୍ପ ଛୋଟ ଛୋଟ କଟା, ଛାଣିବା ପାଇଁ ତେଲ, ଅଳ୍ପ ଲଙ୍କା, ଗରମ ମସଲା  ଓ ଜୀରା ଗୁଣ୍ଡ ଓ ପାଣି  ଏବଂ ଲୁଣ ଆବଶ୍ୟକ ଅନୁସାରେ  

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଆଳୁକୁ ସିଝାଇ ଚୋପା ଛଡାଇ ଭଲ ଭାବେ ଚକଟି ଦିଅନ୍ତୁ ।   ଏଥିରେ  ଅଦା ଛେଚା, କଟା ଧଣିଆପତ୍ର, ଅଳ୍ପ ଲୁଣ, ଛୋଟ ଛୋଟ କଟା ଲଙ୍କା, ଜୀରା ଓ ଲଙ୍କା ଗୁଣ୍ଡ,  ଗରମ ମସଲା, ଅଧା ଚୂଡା ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଛୋଟ ଛୋଟ ଗୋଳା ବା ବଲ ପରି କରନ୍ତୁ  

ଏବେ ପନୀରକୁ ଛୋଟ ଛୋଟ ଖଣ୍ଡ କରି ଗରମ ମସଲା , କଟା ଲଙ୍କା ଓ ଅଳ୍ପ ଲୁଣରେ ଗୋଳାଇ ରଖନ୍ତୁ । ଏବେ ଗୋଟିଏ ଗୋଟିଏ ଆଳୁ ଗୋଳା ନେଇ ହାତ ପାପୁଲିରେ ଖୋଲି ତା ମଧ୍ୟରେ ପୂର ଦେଲାପରି ପନୀର ଖଣ୍ଡକୁ ରଖି ପୁଣି ଗୋଲ ଗୋଲ କରି ଗଢନ୍ତୁ । ଏହାକୁ ଅଟାରେ ଭଲ ଭାବେ ଗୋଳାଇ ରଖନ୍ତୁ । ଏବେ ଏହି ବଲକୁ  ପାଣିରେ ଅଳ୍ପ ବୁଡାଇ ଚୂଡା ଗୁଣ୍ଡରେ ଗଡାନ୍ତୁ  ଯେପରି ବଲ ଉପରେ ଚୂଡା ଗୁଣ୍ଡ ଭଲ ଭାବେ ଲାଗି ରହିବ ।  ପୁଣି ଅଟାରେ ଗଡାଇ କରି ଚୂଡା ଗୁଣ୍ଡ ଲଗାନ୍ତୁ । ଏବେ ପ୍ରସ୍ତୁତ ପନୀର ବଲ ।   ଏହାକୁ ପ୍ୟାନରେ ତେଲ ଦେଇ  ଭାଜନ୍ତୁ କିମ୍ବା ତେଲରେ ଛାଣି ବାଦାମି ରଙ୍ଗ ହେଲେ କାଡି ରଖନ୍ତୁ ।  ଏହାକୁ ଏହାକୁ ଟମାଟୋ ସସ ସହ ଖାଇବାକୁ ଦିଅନ୍ତୁ ।