* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Apr 1, 2017

ଗୋଟା ବାଇଗଣ ବେସର – BRINJAL SPICY

 ଗୋଟା ବାଇଗଣ ବେସର – BRINJAL SPICY

ପ୍ରସ୍ତୁତି ସାମଗ୍ରୀ –

୩-୪ ଟି ଛୋଟ ଡେମ୍ଫ ଲଗା ବାଇଗଣ, ୨ ଟି ବିଲାତି ବାଇଗଣ , ୧ ଚାମଚ ହଳଦୀ, ୫ ଚାମଚ ସୋରିଷ ତେଲ , ୧ ଚାମଚ ପାଞ୍ଚ ଫୁଟଣ , ୪ ଚାମଚ ଗୋଟା ସୋରିଷ , ୨ ଚାମଚ ଗୋଟା ଜୀରା ଓ ଧଣିଆ, ୩ ଟି ସଜନା ଛୁଇଁ , ୩ ଟି ଆଳୁ , ସ୍ଵାଦ ଅନୁସାରେ ଲୁଣ , ୩ ଟି କଞ୍ଚା ଲଙ୍କା , ୨ ଟି ଶୁଖିଲା ଲଙ୍କା , ରସୁଣ ଓ ପିଆଜ ଅଳ୍ପ , କିଛି ଧଣିଆ ପତ୍ର  ।

ପ୍ରଣାଳୀ –


ପ୍ରଥମେ ସଜନା ଛୁଇଁ ଓ ଆଳୁକୁ  ଛୋଟ ଛୋଟ କରି କାଟି ଧୋଇବା ପରେ  ଲୁଣ ଓ ହଳଦୀ ଦେଇ ଦରସିଝା କରି ରଖନ୍ତୁ ।  ଗୋଟେ ପିଆଜ , ୧ ଚାମଚ ଜୀରା ଓ ଧଣିଆ ପକାଇ ଚିକ୍କଣ କରି ବାଟି ରଖନ୍ତୁ । ବାଇଗଣକୁ ଡେମ୍ଫ ଲଗା ଅବସ୍ଥାରେ ୪ ପିସ କଲାପରି କାଟି ତେଲରେ ଭାଜି ରଖନ୍ତୁ ।  ଏହାପରେ  ପିଆଜ ଓ ବିଲାତି ବାଇଗଣକୁ  ଚୁନ ଚୁନ କରି  କାଟି ଦିଅନ୍ତୁ ।  କରେଇରେ ତେଲ ଗରମ କରି ପାଞ୍ଚ ଫୁଟଣ ଫୁଟାଇ ପିଆଜ ପକାନ୍ତୁ । ପିଆଜ ବାଦାମି ରଙ୍ଗ ହୋଇଗଲେ ସୋରିଷ ମସଲା ପକାନ୍ତୁ । କିଛି ସମୟ କଷିଲା ପରେ ୪/୫ କପ ପାଣି ଦିଅନ୍ତୁ ଓ ବିଲାତି ପକାନ୍ତୁ । ୧୦ ମିନିଟ ପରେ ଅଧା ସିଝା ପାରିବା  ପକାଇ ୫/୧୦ ମିନିଟ ଫୁଟାନ୍ତୁ ।  ଏହାପରେ ଭାତ ସହିତ ଧଣିଆ ପତ୍ର ସଜାଇ ପରସନ୍ତୁ ।