* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Mar 20, 2017

ଛତୁ ସାଣ୍ଡଉଇଚ- Mushroom Sandwich

ଛତୁ ସାଣ୍ଡଉଇଚ- Mushroom Sandwich

ପ୍ରସ୍ତୁତି ସାମଗ୍ରୀ –

୫ ଖଣ୍ଡ ବ୍ରେଡ , ୩ଟି ସିଝା ଆଳୁ , ୧ କପ କଟା ଛତୁ , ୨ ଚାମଚ ଅଦା ପିଆଜ –ରସୁଣ ବଟା , ୨ଟି ବିଲାତି ବାଇଗଣ , ୧ଟି କଟା ପିଆଜ, ୧/୨ ଚାମଚ ଗରମ ମସଲା ଗୁଣ୍ଡ , ୧ ଚାମଚ ଲଙ୍କା ଗୁଣ୍ଡ , ଅଳ୍ପ କଅଁଳିଆ ବନ୍ଧା କୋବି ପତ୍ର , ଆବଶ୍ୟକ ଅନୁସାରେ ତେଲ ଓ ଲୁଣ ।

ପ୍ରଣାଳୀ –


ପ୍ରଥମେ ଛତୁକୁ ଅଳ୍ପ ଉଷୁମ ପାଣିରେ ବୁଡାଇ ଉଠାଇ ରଖନ୍ତୁ । କରେଇ ଗରମ କରି ସେଥିରେ ତେଲ ଦେଇ ଅଦା , ରସୁଣ ଓ ପିଆଜ ବଟା ପକାଇ କିଛି ସମୟ କଷନ୍ତୁ ।  ସିଝା ଆଳୁରେ ଲୁଣ ଦେଇ ଚକଟି ସେହି ମସଲା କଷାରେ ମିଶାଇ ଦିଅନ୍ତୁ । ଏହାପରେ ବ୍ରେଡ ଖଣ୍ଡକୁ ତିନି କୋଣିଆ କାଟି ତେଲ ବା ଘିଅ  ଦେଇ ଭାଜି ରଖନ୍ତୁ । ସେହି ଭଜା ବ୍ରେଡ ଉପରେ ଆଳୁ କଷା , କଟା ପିଆଜ , କଟା ଛତୁ  ରଖି ତାୱାରେ  କିଛି ସମୟ ପାଇଁ ଗରମ କରନ୍ତୁ । ଏହାପରେ ଏଥି ସହିତ କଟା କାକୁଡି , କଟା ପିଆଜ ଓ କଟା କଟା ବିଲାତି ସହ ସଜାଇ ପରସନ୍ତୁ ।  ଏହା  ଗରମ ଗରମ ଖାଇଲେ ମସ୍ତ ଲାଗିବା ।  ଘର ତିଆରି ଛତୁ ସାଣ୍ଡଉଇଚର  ସ୍ଵାଦ ନିଆରା ।