* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Jan 20, 2017

ଭୂର୍ସୁଙ୍ଗା – ନଡିଆ ଚଟଣି – COCONUT CHATNEY

ଭୂର୍ସୁଙ୍ଗା – ନଡିଆ ଚଟଣି – COCONUT CHANEY


ପ୍ରସ୍ତୁତି  ସାମଗ୍ରୀ – 

ତାଜା ଓ ସତେଜ ଭୂର୍ସୁଙ୍ଗା ପତ୍ର ୪ କପ , କୋରା ନଡିଆ ୨ କପ, ସୋରିଷ ତେଲ ୧ ଚାମଚ , ରିଫାଇନ ତେଲ ୨ ଚାମଚ , ହେଙ୍ଗୁ ଅଳ୍ପ , ଶୁଖିଲା ଲଙ୍କା ୨ ଟି , କଞ୍ଛା ଲଙ୍କା ୪ ଟି , ବୁଟ ଡାଲି ୧ କପ , ତେନ୍ତୁଳୀ ରସ (ଖଟା  ଯେପରି ଆବଶ୍ୟକ) , ଲୁଣ ଓ ଚିନି ସ୍ଵାଦ ଅନୁସାରେ ।

ପ୍ରଣାଳୀ –


ପ୍ରଥମେ ଭୂର୍ସୁଙ୍ଗା ପତ୍ର ଭଲଭାବେ ଧୋଇ ସେଥିରୁ ପାଣି ଝରାଇ ରଖନ୍ତୁ ।  ଏକ ପ୍ୟାନରେ ତେଲ ଗରମ କରି ସୋରିଷ ଓ ଜୀରା ଫୁଟାଇ ଦିଅନ୍ତୁ । ଏବେ ଏଥିରେ ହେଙ୍ଗୁ ଓ ଚଣା ଡାଲି ପକାଇ ଫୁଟାନ୍ତୁ ।  ଡାଲି ଭାଜି ହୋଇ ଆସିଲେ ସେଥିରେ ଶୁଖିଲା ଲଙ୍କା ପକାନ୍ତୁ । ଏହାପରେ ଏଥିରେ ଭୂର୍ସୁଙ୍ଗା ପତ୍ର ପକାଇ ଅଳ୍ପ ସମୟ ହଲକା ଆଞ୍ଚରେ ଭାଜନ୍ତୁ । ଭଲ କରି ଭାଜି ହୋଇ ଗଲେ ସେଥିରେ କଟା କଞ୍ଛା ଲଙ୍କା ଓ ନଡିଆ କୋରା ପକାଇ ଆହୁରି କିଛି ସମୟ ଭାଜନ୍ତୁ । ଏହାକୁ ଏବେ ଥଣ୍ଡା କରି ଗ୍ରାଇଣ୍ଡରରେ ପକାଇ ସେଥିରେ ତେନ୍ତୁଳୀ ରସ ଓ ଲୁଣ , ଚିନି ପକାଇ ଭଲ କରି ଗ୍ରଇଣ୍ଡିଙ୍ଗ କରନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ରସ ରସିଆ ଭୂର୍ସୁଙ୍ଗା-ନଡିଆ ଚଟଣି । 

No comments:

Post a Comment