ବେସନ ବରଫି – BESAN BARFI
ସାମଗ୍ରୀ:-
୫୦୦ ଗ୍ରାମ ବେସନ , ଚିନି ୨୫୦ ଗ୍ରାମ , ୫୦ ଗ୍ରାମ ଖୁଆ , ୧୦ ଗ୍ରାମ ପତଳା ପତଳା କରି କଟା ହୋଇଥିବା ଆଲମଣ୍ଡ ବାଦାମ , ୨ ଚାମଚ ଗୁଜରାତି , ୨୫୦ ଗ୍ରାମ ଘିଅ ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ୫୦୦ ଗ୍ରାମ ବେସନ ନେଇ ୧୫୦
ଗ୍ରାମ ଘିଅ ଦେଇ ଗୋଳାଇ ଦିଅନ୍ତୁ । କରେଇରେ ୧୦୦
ଗ୍ରାମ ଘିଅ ପକାଇ ଗରମ କରନ୍ତୁ । ଘିଅ ଗରମ ହେଇଗଲେ ଏଥିରେ ରଖନ୍ତୁ । ଏହା ଥଣ୍ଡା
ହେବାକୁ ଦିଅନ୍ତୁ । ଅନ୍ୟ ଏକ କରେଇରେ ତାର ଭଳି ଚିନି ସିରା
ପ୍ରସ୍ତୁତ କରନ୍ତୁ । ଏଥିରେ ଭଜା ବେସନ ପକାଇ ଭଲ ଭାବେ
ଗୋଳାଇ ଦିଅନ୍ତୁ । ଏକ ଷ୍ଟିଲ ପ୍ଳେଟରେ ଏହି ମିଶ୍ରଣକୁ
ଢାଳି ଦିଅନ୍ତୁ ଓ ସମାନ ଭାବେ ସମତୁଲ କରନ୍ତୁ । ଉପରେ କଟା ପିସ୍ତା ଖଣ୍ଡ ପକାଇ ଦିଅନ୍ତୁ
। ଏହା
ସମ୍ପୂର୍ଣ ଥଣ୍ଡା ହେଇଗଲାପରେ, ଇଚ୍ଛା ମୁତାବକ କାଟି ଖାଇବାକୁ ପରସନ୍ତୁ
।
No comments:
Post a Comment