* *** WISH YOU ALL A HAPPY Diwali ...... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Dec 1, 2015

ଢୋକ୍ଲା - DHOKLA

ଢୋକ୍ଲା - DHOKLA
ସାମଗ୍ରୀ:
ବେସନ- ୧୦୦ଗ୍ରାମ , ସୁଜି  - ୧୦୦ ଗ୍ରାମ  , ବେକିଂ   ପାଉଡର – ଗୋଟେ ଛୋଟ  ଚାମଚ ,  ଫାଳେ  ନଡିଆ , ଦହି  - ୨୦୦ ଗ୍ରାମ , ଚିମୁଟେ  ହେଙ୍ଗୁ , ଚିନି  - ୨ ଛୋଟ  ଚାମଚ , ଭେସୁଙ୍ଗା  ପତ୍ର  - ୪/୫ଟି , ଗୋଟା  ସୋରିଷ  -  ଗୋଟେ ଛୋଟ  ଚାମଚ , ଆବଶ୍ୟକ  ଅନୁଯାଇ  ଲୁଣ

 ପ୍ରସ୍ତୁତି  ପ୍ରଣାଳୀ:  

ପ୍ରଥମେ  ନଡିଆକୁ   କୋରି  ରଖନ୍ତୁ  | ଏହାପରେ  ବେସନ , ସୁଜି,  ବେକିଂ   ପାଉଡର, ହେଙ୍ଗୁ, ଲୁଣ , ଦହି  ସବୁକୁ   ଗୋଟେ  ପାତ୍ରରେ  ମିଶାଇ  ଦିଅନ୍ତୁ  | ଏହାପରେ  ସେହି  ପିଠଉକୁ ବାମ୍ଫ  ଦେଇ  ସିଝେଇ  ଦିଅନ୍ତୁ  | ସିଝି  ଗଲେ ଏହାକୁ  ଗୋଟିଏ  ପାତ୍ରକୁ  କାଢି   ଦିଅନ୍ତୁ  | 

ଏକ  କଡେଇରେ ତେଲ  ଗରମ  କରି  ସେଥିରେ   ଗୋଟା  ସୋରିଷ  ଓ  ଭେସୁଙ୍ଗା ପତ୍ର ଦେଇ  ଫୁଟାନ୍ତୁ | ସେଇ  ଫୁଟଣକୁ ଢୋକ୍ଲା  ଉପରେ  ଦିଅନ୍ତୁ | ପୁଣି  ସେଇ  କଡେଇରେ  ପାଣି, ଚିନି  ଦେଇ  ସିରା  କରନ୍ତୁ  ଓ ସିରାକୁ  ( ଦେଖିବେ   ଯେପରି  ସିରା  ପାଣିଆ  ରହିବ )   ଢୋକ୍ଲା  ଉପରେ  ଦିଅନ୍ତୁ | ଶେଷରେ   ଏହା   ଉପରେ  ନଡିଆ  କୋରା  ଦେଇ   ଛୋଟ  ଛୋଟ  ଖଣ୍ଡରେ  କାଟି  ଦିଅନ୍ତୁ  | ଏବେ  ନିଜେ  ଖାନ୍ତୁ  ଓ  ଅନ୍ୟକୁ  ଖାଇବାକୁ  ଦିଅନ୍ତୁ  |

No comments:

Post a Comment