* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Dec 16, 2014

ନିରାମିଷ ବିରିୟାନୀ- Veg Biryani

ନିରାମିଷ ବିରିୟାନୀ

ଆବଶ୍ୟକ ସାମଗ୍ରୀ :

୫୦୦ ଗ୍ରା . ପୁରୁଣା ଅରୁଆ ଚାଉଳ, ୨୫୦ ଗ୍ରା . ଲେଖାଏ ସୋୟାବିନ୍, ପିଆଜ ଓ ରିଫାଇନ୍ ତେଲ , ୧ ଚାମଚ ଚିନି , ଧନିଆ ଗୁଣ୍ଡ , ଜିରା ଗୁଣ୍ଡ ଓ ଗୋଲମରୀଚ , ୪ ଟି ଶୁଖିଲା ଲଙ୍କା , ବଡ ଖଣ୍ଡେ ଡାଲଚିନି ୫/୬ ଟି ଗୁଜୁରାତି , ଲବଙ୍ଗ ଓ ତେଜପତ୍ର , ୨ ଚାମୁଚ ଅଦା – ରସୁଣ ବଟା ଅଳ୍ପ ହଳଦୀ , ଆବଶ୍ୟକ ଅନୁଯାୟୀ ଲୁଣ |



ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଚାଉଳକୁ ଧୋଇ ନିଗାଡି ରଖନ୍ତୁ | ସୋୟାବିନ୍ ବଡିକୁ ଗରମ ପାଣିରେ ବତୁରାନ୍ତୁ | ଏଥିରେ ୧ ଚାମୁଚ କ୍ଷୀର ମିଶାଇଲେ ତାର ଗନ୍ଧ ରହେନୀ | ପିଆଜକୁ ସରୁସରୁ କାଟି ରଖନ୍ତୁ | ଡାଲଚିନି ଓ ଗୁଜୁରାତିକୁ ଗୁଣ୍ଡ କରି ରଖନ୍ତୁ ଏବେ କଡେଇରେ ୨୦୦ ଗ୍ରା . ତେଲ ଢାଳି ସେଥିରେ କଟା ପିଆଜ , ସୋୟାବିନ ବଡି , ବଟା ଅଦା ଓ ରସୁଣ , ଧନିଆ ଗୁଣ୍ଡ , ଜିରା ଗୁଣ୍ଡ , ଲଙ୍କା ଗୁଣ୍ଡ ଦେଇ ବାସନା ଉଠିବା ଯାଏ ଭାଜନ୍ତୁ | ଭାଜିବା ବେଳେ କିଛି ଲୁଣ ଓ ହଳଦୀ ଦେବେ | ତା , ପରେ ଅନ୍ୟ ଏକ ଡେକଚିରେ କିଛି ତେଲ ଗରମକରୀ ତେଜପତ୍ର , ଲବଙ୍ଗ , ପାନମଧୁରୀ , ଗୋଲମରିଚ ପକାନ୍ତୁ | ଏହା ନାଲି ହୋଇଗଲେ ଚାଉଳ ପକାଇ ସେଥିରେ ଦେଢ ଲିଟର ଗରମପାଣି ଦେବେ | ଆବଶ୍ୟକ ଅନୁଯାୟୀ ଲୁଣ ଓ ଏକ ଚାମୁଚ ଚିନି ପକାଇ ଗୋଳାଇ ଘୋଡାଇ ଦେବେ | ପାଣି ପୁର ଶୁଖି ଆସିଲେ ଜାଳ କମାଇ ଦେଇ ଊପରୋକ୍ତ ବଡି ମସାଲାକୁ ସେଥିରେ ଢାଳି ଆସ୍ତେ ଆସ୍ତେ ଚାଉଳରେ ମିଶାଇବେ | ଏବେ ଡାଲଚିନି ଓ ଗୁଜୁରାତି ଗୁଣ୍ଡ ପକାନ୍ତୁ | ଉପରେ କିଛି ଗୁଆଘିଅ ଢାଳି ଖାଇବାକୁ ଦିଅନ୍ତୁ | ବିରିୟାନୀ ସହିତ ନଡିଆ , ଦହି , ଚଟଣି ଓ କଞ୍ଚା ପରିବା ସାଲାଡ ଖାଇବାକୁ ଭଲ ଲାଗେ |


No comments:

Post a Comment