* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Oct 2, 2014

ପି’ ପଲଉ Sweet rice with Green peas

ପି’ ପଲଉ Sweet rice with Green peas

ଆବଶ୍ୟକ ସାମଗ୍ରୀ :

୫୦୦ ଗ୍ରା . ଡେରାଡୁନ ବସୁମତୀ ଚାଉଳ , ୧୦୦ ଗ୍ରା . କଞ୍ଚାମଟର ଦାନା , ୨ଟି ବଡ ପିଆଜ , ୧ ଖଣ୍ଡ ଡାଲଚିନ , ୨/୩ଟି ଗୁଜୁରାତି , ୫/୬ଟି ଲବଙ୍ଗ , ୭/୮ଟି ଗୋଟା ଗୋଲମରିଚ , ୨ଟି ତେଜପତ୍ର , ୧ ଛୋଟ ଚାମଚ ଗୁଣ୍ଡ ଜାଇଫଳ , ୨ ବଡ ଚାମଚ ଦେଶୀ ଘିଅ , ଅଧା ଛୋଟ ଚାମଚ
ଗରମମସାଲା ଗୁଣ୍ଡ ଓ ଆବଶ୍ୟକ ଅନୁଯାୟୀ ଲୁଣ |

ପି’  ପଲଉ  sweet rice with green peas 

ପ୍ରସ୍ତୁତ ପ୍ରଣାଳୀ : ଚାଉଳକୁ ଧୋଇ ପାଣିରେ ୫/୧୦ ମିନିଟ ବତୁରାଇ ରଖନ୍ତୁ | ମଟରରୁ ଚୋପା ଛଡାଇ ମଟର ମଞ୍ଜିକୁ ଅଲଗା କରି ରଖନ୍ତୁ | ପିଆଜକୁ ଲମ୍ବାଲମ୍ବା କାଟି ତେଲରେ ଛାଣି ରଖନ୍ତୁ | ଚୁଲିରେ ଡେକ୍ଚି ବସାଇ ଘିଅ ଗରମକାରୀ ତେଜପତ୍ର ଓ ଉପରେ ଦିଆଯାଇଥିବା ସମସ୍ତ ଗୋଟା ଗରମମସାଲା ପକାନ୍ତୁ | ଚାଉଳକୁ ପାଣିରୁ ଛାଣି ଏଥିରେ ପକାଇ ଭାଜନ୍ତୁ | ୫ ମିନିଟ ପରେ ମଟର ମଞ୍ଜି ପକାଇ ଗୋଳାନ୍ତୁ | ଏବେ ଚାଉଳର ୨ ଗୁଣା ପାଣି ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ଭଲଭାବରେ ଗୋଳାଇ ଢାଙ୍କୁଣି ଘୋଡାଇ ଧିମା ଆଞ୍ଚରେ ଭାତ ରାନ୍ଧନ୍ତୁ | ଭାତ ହୋଇଗଲେ ଚୁଲିରୁ ଓହ୍ଲାଇ ଭାଜି ରଖିଥିବା ପିଆଜ , ଜାଇଫଳ ଗୁଣ୍ଡ ଓ ଗରମମସାଲା ଗୁଣ୍ଡ ପକାଇ ଭଲଭାବରେ ଗୋଳାଇ ପରିବେଷଣ କରନ୍ତୁ |

No comments:

Post a Comment